ଏହି ରାଶି ଲୋକଙ୍କ ପାଇଁ ଭଲ ଦିନ, ଧନ ବର୍ଷା କରିବେ ଧନଦାତ୍ରୀ !

ଶୁକ୍ର ଧନୁ ରାଶିରେ ଅଛନ୍ତି। ଉଭୟ ଶନି ଓ ବୃହସ୍ପତି ମକର ରାଶିରେ ଗତି କରୁଛନ୍ତି ।

ମେଷ(Aries): ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସି ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ ।

ବୃଷ(Taurus): ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ସକାଶେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିବ। ଖଳ ଲୋକଙ୍କ କଥାକୁ ସତ ମଣି ଘରେ ଝଗଡ଼ା ହେବ।

ମିଥୁନ(Gemini): ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଅନ୍ୟମନସ୍କ ହେତୁ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ।

ମିଥୁନ(Gemini): ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଅନ୍ୟମନସ୍କ ହେତୁ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ।

ସିଂହ(Leo): ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟ ସାଧନରେ ନିଜର ଲୋକମାନଙ୍କ ତରଫରୁ ସହଯୋଗ ପାଇବେନି । ଯାନବାହନ, ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ୍‌ ହେବେ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍‌ କିଛିଦିନ ସକାଶେ ଅଟକି ରହିଯାଇପାରେ । ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ ।

କନ୍ୟା(Virgo): ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ। କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ। ଧାରକରଜ କରି ଆବଶ୍ୟକତା ପୂରଣ କରିବା ପାଇଁ ମନସ୍ଥ କରିପାରନ୍ତି ।

ତୁଳା- କାର୍ତ୍ତିକା ନକ୍ଷତ୍ରରେ ଗୁରୁ ବୃହସ୍ପତିଙ୍କ ଗମନାଗମନ ରାଶିର ଲୋକଙ୍କ ପାଇଁ ଭଲ ପ୍ରମାଣ କରିବାକୁ ଯାଉଛି। ଆପଣଙ୍କର ସମସ୍ତ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ। ବ୍ୟବସାୟ ବିସ୍ତାର ହେବ, ଲାଭ ମଧ୍ୟ ଭଲ ହେବ। ବୈଦେଶିକ ବାଣିଜ୍ୟରେ ହଠାତ୍ ବୃଦ୍ଧି ଘଟିବ। ତୀର୍ଥଯାତ୍ରା କରିବାର ସମ୍ଭାବନା ଅଛି। ପାରିବାରିକ ସମନ୍ୱୟ ରହିବ। ଆପଣ ଜୀବନ ସାଥୀଙ୍କଠାରୁ ସମର୍ଥନ ପାଇବେ।

ବିଛା(Scorpio): ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇପାରନ୍ତି।ସୁସ୍ବାଦୁ ଭୋଜନ ଉପୋଭୋଗ କରିବେ ।

ଧନୁ(Sagittarius): କୌଣସି କାର୍ଯ୍ୟସାଧନ କ୍ଷେତ୍ରରେ ଟେନ୍‌ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ। କିନ୍ତୁ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆମତ୍ତୃପ୍ତି ଲାଭ କରିବେ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ। ସଭାସମିତିରେ ଆଲୋଚନାରେ ଏକମତ ହେବାକୁ ବାଧ୍ୟ ହେବେ ।

ମକର- ଗୁରୁ ବୃହସ୍ପତିର ଆଶୀର୍ବାଦ ଆପଣଙ୍କ ପାଇଁ ଲାଭଦାୟକ ହେବ। ନିଯୁକ୍ତ ବ୍ୟକ୍ତିମାନେ ଅଧିକାରୀଙ୍କଠାରୁ ପ୍ରଶଂସା ପାଇବେ। ଅତିରିକ୍ତ ଆର୍ଥିକ ଲାଭ ହୋଇପାରେ। ସହଭାଗୀତା ବ୍ୟବସାୟରେ ଅଗ୍ରଗତି ହେବ, ଭଲ ଲାଭ ହେବାର ସମ୍ଭାବନା ଅଛି। ଗୃହ ସଂରକ୍ଷଣକାରୀମାନେ ସେମାନଙ୍କର ସଞ୍ଚୟ ପ୍ରୟାସରେ ସଫଳ ହେବେ। ପ୍ରେମୀଯୁଗଳ ସେମାନଙ୍କ ସମ୍ପର୍କରେ ଆଗକୁ ବଢ଼ିବା ପାଇଁ ଏହା ଏକ ଭଲ ସମୟ।

କୁମ୍ଭ(Aquarius): କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ। ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହୋଇପାରନ୍ତି। ପାରିବାରିକ ସମସ୍ୟା, ହଜିଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିଯିବ। ଅଫିସରେ ଛୋଟ ଘଟଣାକୁ ଚିନ୍ତା କରି ଟେନ୍‌ସନରେ ରହିପାରନ୍ତି ।

ମୀନ(Pisces): ଆଜିର ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା କାମରେ ଉଚ୍ଚ ପ୍ରଶଂସା ପାଇବେ। କଥା କଟାକଟି କାରଣରୁ ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ିହେବ ନାହିଁ। ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ ।

Leave a Reply

Your email address will not be published. Required fields are marked *