ଓଡ଼ିଶାକୁ ୧ ନଂ କରିବାକୁ ନେଇ BJP-BJD ମୁହାଁମୁହିଁ, ରାଜ୍ୟକୁ କିଏ ଶୀର୍ଷକୁ ନେବ?

2024 Election: ବିକାଶକୁ ନେଇ ଦୁଇ ଦଳ ଭିତରେ ପ୍ରଚାର ଯୁଦ୍ଧ ଚାଲିଥିବା ବେଳେ ଏବେ ଓଡ଼ିଶାକୁ ଏକ ନମ୍ବର କରିବା ସ୍ଲୋଗାନ ମୁଣ୍ଡ ଟେକିଛି । ବିଜେପି କେନ୍ଦ୍ରୀୟ ନେତାଙ୍କ ଏହି ସ୍ଲୋଗାନକୁ ନେଇ ବିଜେଡି ରଖିଛି ଦମଦାର କାଉଣ୍ଟର ।

2024 Election: ଏଥର ରାଜ୍ୟରେ ନିର୍ବାଚନୀ ମାହୋଲ ସରଗମର ରହିଛି । ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହେଉଛନ୍ତି ବିଜେଡି ଓ ବିଜେପି । ବିକାଶକୁ ନେଇ ଦୁଇ ଦଳ ଭିତରେ ପ୍ରଚାର ଯୁଦ୍ଧ ଚାଲିଥିବା ବେଳେ ଏବେ ଓଡ଼ିଶାକୁ ଏକ ନମ୍ବର କରିବା ସ୍ଲୋଗାନ ମୁଣ୍ଡ ଟେକିଛି । ବିଜେପି କେନ୍ଦ୍ରୀୟ ନେତାଙ୍କ ଏହି ସ୍ଲୋଗାନକୁ ନେଇ ବିଜେଡି ରଖିଛି ଦମଦାର କାଉଣ୍ଟର । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭିଡିଓ ବାର୍ତ୍ତା ଜାରି କରି ବିଜେପି କେନ୍ଦ୍ରୀୟ ନେତା ଓ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି । ସେପଟେ ବାଲେଶ୍ବରରେ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିକୁ କରିଛନ୍ତି ଟାର୍ଗେଟ୍ ।

ଓଡ଼ିଶାରେ ନିର୍ବାଚନ ପ୍ରଚାର ବେଳେ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ଏହି ସ୍ଲୋଗାନ ଏବେ ରାଜ୍ୟ ରାଜନୀତିରେ ଲଗାଇଛି ନିଆଁ । ଓଡ଼ିଶାରେ ବିଜେପି ସରକାର ଆସିଲେ ଓଡ଼ିଶାକୁ ୧ ନମ୍ବର ରାଜ୍ୟରେ ପରିଣତ କରାଯିବ ବୋଲି ବିଜେପି କେନ୍ଦ୍ରୀୟ ନେତାଙ୍କ ନିର୍ବାଚନୀ ପ୍ରତିଶ୍ରୁତିକୁ ନେଇ ସୃଷ୍ଟି ହୋଇଛି ବିବାଦ । ରାଜ୍ୟରେ ବିଜେପି ଓ ବିଜେଡି ନେତାଙ୍କ ଭିତରେ ବୟାନବାଜି ତୀବ୍ର ହେବାରେ ଲାଗିଛି । ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜାରି କରି କାଉଣ୍ଟର କରିଛନ୍ତି । ନବୀନ କହିଛନ୍ତି ଯେ ଓଡ଼ିଶାକୁ ଆସି ଆସାମ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ଓଡ଼ିଶାକୁ ୧ ନମ୍ବର ରାଜ୍ୟ କରିଦେବେ । ଆସାମ ମୁଖ୍ୟମନ୍ତ୍ରୀ ପ୍ରଥମେ ନିଜ ରାଜ୍ୟକୁ ଦେଖନ୍ତୁ । ଆସାମର ଋଣ ଭାର ଓଡ଼ିଶାଠାରୁ ୨ ଗୁଣ ଅଧିକ ରହିଛି । ତେଣୁ ତାଙ୍କ କଥା ଶୁଣି ଓଡ଼ିଶାର ଲୋକେ ହସୁଛନ୍ତି ବୋଲି କଟାକ୍ଷ କରିଛନ୍ତି ନବୀନ ।