IPL Play Offs: ଲିଗ୍‌ ପର୍ଯ୍ୟାୟରୁ ଡିଫେଣ୍ଡିଂ ଚାମ୍ପିୟନ୍‌ ବିଦା, ପ୍ଲେଅଫ୍‌ରେ RCB

ରୋମାଞ୍ଚକର ମ୍ୟାଚ୍‌ରେ ଚେନ୍ନାଇକୁ ପରାଜିତ କରି ପ୍ଲେଅଫ୍‌ରେ ପ୍ରବେଶ କରିଛି ବେଙ୍ଗାଲୁରୁ ଟିମ୍‌ ।

ଗତ ଶନିବାର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳାଯାଇଥିଲା । ଚେନ୍ନାଇ ସୁପର କିଙ୍ଗ୍‌ସ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏହି ମ୍ୟାଚ୍‌ ଖେଳା ଯାଇଥିବା ବେଳେ ବିଜୟ ହାସଲ ପ୍ଲେଅଫ୍‌ରେ ପ୍ରବେଶ କରିଛି ବେଙ୍ଗାଲୁରୁ । ଉଭୟ ଦଳକୁ ପ୍ଲେଅଫ୍‌ରେ ପ୍ରବେଶ କରିବାକୁ ଭଲ ନେଟ୍‌ ରନ୍‌ରେଟ୍‌ ସହ ୧୪ ପଏଣ୍ଟ ହାସଲ କରିବାକୁ ଆବଶ୍ୟକ ଥିଲା ।

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଚେନ୍ନାଇ ସୁପର କିଙ୍ଗ୍‌ସ୍‌ । ଆକ୍ରାମକ ଅନ୍ଦାଜ୍‌ରେ ବ୍ୟାଟିଂ ଆରମ୍ଭ କରିଥିଲେ ଦୁଇ ଓପନର । ତେବେ ମାତ୍ର ୩ ଓଭର ଖେଳା ଯାଇଥିବା ବେଳେ ବର୍ଷା ମ୍ୟାଚ୍‌ରେ କିଛି ସମୟ ପାଇଁ ବାଧକ ସାଜିଥିଲା । ଏହାପରେ ମ୍ୟାଚ୍‌ ପୁନଃ ଆରମ୍ଭ ହୋଇଥିଲା ଚେନ୍ନାଇ ସୁପର କିଙ୍ଗ୍‌ସ୍‌କୁ ୨୧୯ ରନ୍‌ର ଟାର୍ଗେଟ୍‌ ଦେଇଥିଲା ବେଙ୍ଗାଲୁରୁ ।

 ତେବେ ପ୍ଲେଅଫ୍‌ରେ କ୍ୱାଲିଫାଇ କରିବା ପାଇଁ ଚେନ୍ନାଇ ଦଳକୁ ୨୦୧ ରନ୍‌ର ଆବଶ୍ୟକତା ଥିଲା । କିନ୍ତୁ ଇନିଂସ ଆରମ୍ଭରୁ ଚେନ୍ନାଇ ୱିକେଟ ହରାଇବାକୁ ଲାଗିଥିଲା । ଋତୁରାଜ ଗାଏକ ପ୍ରଥମ ବଲ୍‌ରେ ହିଁ ଆଉଟ ହୋଇଥିଲେ । ଏହାପରେ ଡାରିଲ ମିଚେଲ୍‌ ମଧ୍ୟ ୧୯ ରନ୍‌ ଦଳୀୟ ସ୍କୋର୍‌ରେ ଆଉଟ ହୋଇଥିଲେ । ଏହାପରେ ଚାପରେ ରହିଥିଲା ଟିମ୍‌ । ଆଜିଙ୍କ୍ୟ ରାହାଣେ ଓ ରଚିନ ରବିନ୍ଦ୍ର ବଡ଼ ସଟ୍‌ ଖେଳି ୯ ଓଭର ସୁଦ୍ଧା ଦଳୀୟ ସ୍କୋର୍‌କୁ ୮୫ ରନ୍‌ରେ ପହଞ୍ଚାଇଥିବା ବେଳେ ଏହି ମସୟରେ ୱିକେଟ୍‌ ହରାଇଥିଲେ ଆଜିଙ୍କ୍ୟ ରାହାଣେ । ସେ ମାତ୍ର ୩୩ ରନ୍‌ ହିଁ କରି ପାରିଥିଲେ ।.