ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍ ପାଇଁ ଘୋଷଣା ହୋଇ ସାରିଛି ଭାରତୀୟ ଦଳ । ୧୫ ଜଣିଆ ସ୍କ୍ବାଡ ଘୋଷଣା କରିସାରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) । ଏହା ସହିତ ୪ ଜଣଙ୍କୁ ରିଜର୍ଭ ପ୍ଲେୟାର ଭାବେ ଦଳରେ ସାମିଲ କରାଯାଇଛି ।
ଜୁନ ୨ରୁ ଆରମ୍ଭ ହେଉଥିବା ବିଶ୍ବକପ୍ ମହାକୁମ୍ଭରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଦଳ ପଡିଆକୁ ଓହ୍ଲାଇବ । ସେହିଭଳି ଉପଅଧିନାୟକ ଭାର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କାନ୍ଧରେ ନ୍ୟସ୍ତ କରିଛି ବିସିସିଆଇ ।
ଦୀର୍ଘ ଦିନ ପରେ ଦଳକୁ ଫେରିଛନ୍ତି ଋଷଭ ପନ୍ତ । ଦଳରେ ଦୁଇ ଜଣ ଓ୍ବିକେଟ୍ କିପରଙ୍କୁ ସାମିଲ କରାଯାଇଛି । ସଞ୍ଜୁ ସାମସନ କରିବେ ଭାଗ୍ୟ ପରୀକ୍ଷା । ଉଭୟଙ୍କ ମଧ୍ୟରୁ ଜଣଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିବ । ଦେଖିବାକୁ ଗଲେ ପନ୍ତଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବାର ସମ୍ଭାବନା ଅଧିକ ।
ତେବେ ଏହାରି ମଧ୍ୟରେ ବଡ କଥା ହେଉଛି ୬ ଜଣ ଭେଟେରାନ୍ଙ୍କୁ ଦଳ ନିରାଶ କରିଛି । ବିଶ୍ବକପ୍ ଟିମ୍ରେ ସାମିଲ ହେବାକୁ ଏମାନେ ପ୍ରବଳ ଦାବିଦାର ଥିଲେ ବି ୬ ଜଣଙ୍କ ଉପରେ ଭରସା କରିନାହାନ୍ତି ଚୟନକର୍ତ୍ତା କମିଟି । ଆଉ ପ୍ରଶଂସକ ବି ନିରାଶ ହୋଇଛନ୍ତି ।